କାମଳକୁ କେବଳ ଆୟୁର୍ବେଦୀୟ ଚିକିତ୍ସା

ଏବେ ଓଡ଼ିଶାରେ ‘ଜଣ୍ଡିସ୍’ ବୋଲି ଯାହା ବହୁ ଚର୍ଚ୍ଚିତ, ତାହା ଏକ ଇଂଲିଶ୍ ଶବ୍ଦ । ତାହାର ଓଡ଼ିଆ ନାମ ‘କାମଳ’ । ଏହି ରୋଗରୁ ମୁକ୍ତି ପାଇଁ ଏଲୋପାଥିରେ କୌଣସି ଔଷଧ ନାହିଁ। ଏହି ଚିକିତ୍ସା ପଦ୍ଧତିରେ କେବଳ ଉପଶମ ପାଇଁ ଯାହା କିଛି ଔଷଧ ରହିଛି । ଏହା ସମସ୍ତେ ଜାଣନ୍ତି। ସମ୍ବଲପୁର ଓ କଟକରେ ଏହି କାମଳ ବା ହେପାଟାଇଟିସ୍-ଇ ଜନିତ ରୋଗ ବ୍ୟାପୀ ବହୁ ଲୋକଙ୍କ ଜୀବନହାନି ହେବା ପରେ ବି ପ୍ରଶାସନ ବା ଜନତା କେହି ଚେତି ନାହାନ୍ତି । ଅନିରାପଦ ପାଣି ହିଁ  ଏହି ରୋଗର କାରଣ ହେଲେ ଏହା ଆମ ଦେଶର ଏକ ପୁରୁଣା ବ୍ୟାଧି । ଏଥିପାଇଁ ସରଳ ଔଷଧ ହେଉଛି ମଂଜୁଆତି (ହିନ୍ଦୀରେ ଏହାକୁ କହନ୍ତି ମେହେନ୍ଦୀ) ଚେର ଘୋରା ହୋଇଥିବା ପାଣିକୁ ପିଇବା । ଏହି ପାଣି ପିଇଲେ ଆଦୌ ଅନୁଭବ କରି ହେବ ନାହିଁ କିଛି ଔଷଧ ସେବନ କଲା ଭଳି । କିନ୍ତୁ ଏହାକୁ ସେବନ କରୁଥିବା ରୋଗୀ କେବେ ହେଲେ ମରିବ ନାହିଁ । ବରଂ ସେହି ରୋଗରୁ ସଂପୂର୍ଣ ମୁକ୍ତି ପାଇ ପାରିବ ।


ଏଲୋପାଥିରେ ଏହି ରୋଗକୁ ଦୂରେଇବା ପାଇଁ ଔଷଧ ନଥିଲେ ସୁଦ୍ଧା ପ୍ରତିଷେଧକ ଟିକା ଇତ୍ୟାଦି ରହିଥିବା ନେଇ ଦାବି ହୋଇ ଆସୁଛି । ତେବେ କେତେ ଲୋକଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି, ସେହି ସଂପର୍କରେ କୌଣସି ଖବର ବା ବିଜ୍ଞପ୍ତି ପ୍ରକାଶ ପାଉ ନାହିଁ । ଅନ୍ୟ ପକ୍ଷରେ ହେପାଟାଇଟିସ୍-ଏ ହେପାଟାଇଟିସ୍-ବି ପ୍ରଭୃତିର ଭୟ ଦେଖାଇ ସଂପୃକ୍ତ ଟିକା ଉତ୍ପାଦନକାରୀ କମ୍ପାନୀମାନେ ପ୍ରାୟ ପ୍ରତ୍ୟେକ ପରିବାରରୁ ହଜାର ହଜାର ଟଙ୍କା ଶୋଷଣ କରିଛନ୍ତି । ଆମ ଦେଶର ଓ ଆମ ଜଳବାୟୁର ହେପାଟାଇଟିସ୍-ଇ ନାମକ ଭୂତାଣୁ ଜନିତ କାମଳକୁ ରୋକିବାକୁ ସେହି କମ୍ପାନୀମାନଙ୍କ କରାମତି କୁଆଡ଼େ ଗଲା??



ଅତଏବ ଏଥିରୁ ପ୍ରମାଣିତ ଯେ ହେପାଟାଇଟିସ୍-ଏ ଓ ବି ପ୍ରତିଷେଧକ ନାମରେ ଫୋଡ଼ା ଯାଇଥିବା କୋଟି କୋଟି ଟଙ୍କାର ଟିକା ଥିଲା ଏକ ସାଂଘାତିକ ଚାଲ୍। କାରଣ ସେହି ଭୂତାଣୁ ଆମ ଜଳବାୟୁରେ ସମ୍ପନ୍ତି ନାହିଁ ।



ସେହି ଭଳି ସ୍ୱାଇନ୍ ଫ୍ଲୁ ରୋଗର ଚିକିତ୍ସା ପାଇଁ ମଧ୍ୟ ଆୟୁର୍ବେଦରେ ହିଁ ସଠିକ୍ ଔଷଧ ରହିଛି । କିନ୍ତୁ ଆୟୁର୍ବେଦ ଚିକିତ୍ସକ ସଂଘ ଶୋଇପଡ଼ିଲା କି? ସେମାନେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜନିଜକୁ ପ୍ରତିଷ୍ଠିତ କରିବାକୁ ସୁଯୋଗ ନେଇ ପାରୁ ନାହାନ୍ତି । ଏଥିପାଇଁ କ’ଣ କେରଳରୁ ଆମେ ଆୟୁର୍ବେଦୀୟ ଚିକିତ୍ସକ ମଗାଇବା? ଯେଉଁମାନେ ଶାସନ ଚଳାଉଛନ୍ତି, ସେମାନେ ମୁଣ୍ଡ ଖଟାଇ କାମ କରିବା କଥା ।



ଏବେ କାମଳକୁ ରୋକି ପାରୁ ନାହାନ୍ତି, ଅଳ୍ପ ଦିନ ପରେ ଆସିବ ମିଳିମିଳା, ହାଡ଼ଫୁଟି ଓ ଅଂଶୁଘାତର ଋତୁ । ସେତେବେଳେ କ’ଣ କେବଳ ପ୍ରଶାସନ ଓ ଜନତା ତତ୍ପର ହେବେ?



ବିମଳପ୍ରସାଦ, ଭ୍ରାମ୍ୟଭାଷ- ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

Get Back Your Lost Mobilephone